ମାଲକାନଗିରି ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ, ମାଓବାଦୀଙ୍କ ବଡ଼ ଷଡ଼ଯନ୍ତ୍ର ପଣ୍ଡ କଲେ ସୁରକ୍ଷା ବାହିନୀ

 


BSF–DVFର ମିଳିତ ଅଭିଯାନରେ IED, ଜିଲେଟିନ୍ ଷ୍ଟିକ୍ ଓ ଡିଟୋନେଟର ଉଦ୍ଧାର; ତଲାସି ଅଭିଯାନ ଜାରି

ସିଂହନାଦ ନ୍ୟୁଜ୍ | ମାଲକାନଗିରି | ୨୯ ଜୁଲାଇ

ମାଲକାନଗିରି ଜିଲ୍ଲାର ଓଡ଼ିଶା–ଛତିଶଗଡ଼ ସୀମାନ୍ତ ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ମାଓବାଦୀଙ୍କ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ବିଏସଏଫ୍ (BSF) ଏବଂ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ (DVF)ର ମିଳିତ କମ୍ବିଂ ଅପରେସନ୍ ସମୟରେ ଏହି ସଫଳତା ମିଳିଥିବା ବେଳେ, ସମ୍ଭାବ୍ୟ ମାଓ ଆକ୍ରମଣର ଯୋଜନାକୁ ବିଫଳ କରାଯାଇଥିବା ସୁରକ୍ଷା ସୂତ୍ରରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଅଭିଯାନ ସମୟରେ ତିନୋଟି IED, ୩୨ଟି ଜିଲେଟିନ୍ ଷ୍ଟିକ୍, ୧୧ଟି ଡିଟୋନେଟର, ଗନ୍ ପାଉଡର, କର୍ଡେକ୍ସ ତାର ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ତଲାସି ଅଭିଯାନକୁ ଆହୁରି ଜୋରଦାର କରାଯାଇଛି।

ସୁରକ୍ଷା ବାହିନୀର କହିବା ଅନୁସାରେ, ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି ଏବଂ ଆଗାମୀ ଦିନରେ ମଧ୍ୟ କମ୍ବିଂ ଅପରେସନ୍ ଜାରି ରହିବ।

Thanks for reading: ମାଲକାନଗିରି ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ, ମାଓବାଦୀଙ୍କ ବଡ଼ ଷଡ଼ଯନ୍ତ୍ର ପଣ୍ଡ କଲେ ସୁରକ୍ଷା ବାହିନୀ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.